Sunday, April 17, 2011

ମୁଠାଏ ସ୍ମୃତି .....

ଅନେକ  ଦିନର  ସ୍ମୃତି  କାହିଁ  ଆଜି  ଭସା  ମେଘ  ପରି  ଆସେ ,
ଶାନ୍ତ  ନିଶାର ପ୍ରଶାନ୍ତ  ଗଗାନେ  କୁହୁଡି  ପ୍ରାଏ ସେ  ଭାସେ ....

ମୁଠାଏ  ସ୍ମୃତି  ଟିକେ  ଅନୁଭୁତି  ସାଉଁଟି ପାରୁନି ଆଜି
ଭାବିଥିଲି  କାଳେ ଗଢି  ତୋଳିବି ମୁଁ   ସପନ  ର  ଘର  ଖୋଜି ....

କାଳେ କେତେବେଳେ  କାଳ ଥିବା ବେଳେ  ପଚାରିବ ପରିଚୟ ,
ଶରୀର  ଟା ସିନା ଦୁର  ବତୀଘର  ତୁମ  ଚିନହା ଏ  ହୃଦୟ ....

ସଜ କାକର ର  ମୁକୁତା ପରି ମୁଁ   ପଡିଥିବି ତୁମ  ଅଂଗେ
ନିଃ-ସହାୟ  ହେଲେ  ଝଡି ଯିବି ହସି  ମିଶି  ଯିବି ମାଟି  ସାଂଗେ....

ଜାଣେ ନା ମୁଁ   ଆଜି  କେତେ  ଅନ୍ତରଂଗ  ତୁମରି ମନ  ମନ୍ଦିରେ ,
ଝଡା ଫୁଲ  ପରି  ମହକିବି ସଦା  ବାସି ଚନ୍ଦନ  ବାସରେ....

ଭୁଲା ମନ  ତୁମ  ମତେ  ଭୁଲି  ଗଲେ  ହସି  ହସି ଚାଲି  ଯିବି ,
ସପନ  ଟେ ପରି  ସକାଳୁ  ତୁମର  ଜୀବନ  ରେ  ହଜି  ଯିବି ....

କେବେ  ଯଦି  ପୁଣି  ତୁମ  ସ୍ମୃତି  ଆସେ  ମନ  ମୋର  ଚହଲିବ ,
କ୍ଷଣ  ପ୍ରତି  କ୍ଷଣ  ଶାଉଁଟିବି ପୁଣି  ତୁମେ  ମୋ  ପାଖରେ  ଥିବ....

                                                           ଦେବୀ ପ୍ରସାଦ ମିଶ୍ର

ପ୍ରିୟା .....

ମୁଖରୁ କହେନା ହାତରେ ଧରେନା
ମୋ ପ୍ରିୟା ର ଏ କି ଠାଣି
ଭିଜା ଭିଜା ଆଖି ଲତପତ ଓଠ
ସତ ସ୍ବପ୍ନ ଦିଏ ବୁଣି  ||

ବନ ହରିଣୀ ଟେ ମନ ହରିଣୀ ସେ
ଦିଏ ସଦା ପ୍ରେମାଞ୍ଜଳି
ପ୍ରେମ ର ମଇନା ମନର ଆଇନା
ଦିଏ ପ୍ରିୟା ଆଜ ତୋଳି   ||

ହାତରେ ଧରିଲେ ହାତ କୁ ନଆସେ
ଏକି ତାର ଅଭିମାନ
ଅମା ଅନ୍ଧାରେ ଜହ୍ନ ତୁମେ ଗୋ
ନକର ଆଉ ବାରଣ ||

ମୁଖର କାନ୍ତି ମନର ଦୀପ୍ତି
ଆଉ କେତେ ଯେ ଶୃଙ୍ଗାର
ସୂର୍ଯ୍ୟ ଆଭାର ଆଉ ନାହିଁ ଇତି
ସେ ଫୂଲ ମୁ ଏକ ଭ୍ରମର   ||

ଶତ ଚପଳା ର ବେଗ ତା ଭିତରେ
ଚଞ୍ଚଳା ତା'ର ମନ
ମୋ ମନ ଆକାଶେ ତାକୁ ସାଉଁଟିବି
ବୁକୁରେ ହୋଇବ ଲୀନ  ||

ନୁପୁର ଶବ୍ଦ ରେ ଚୁଡ଼ିର ଝଙ୍କାରେ
ମୋ ପ୍ରିୟାର ହସ ଶୁଭେ
ପ୍ରିୟା ମୋ ମାନସୀ ମନର ରୂପସୀ
ମୋ ପ୍ରେମ ଅର୍ଘ୍ୟ ଲଭେ  ||

                                   ଦେବୀ ପ୍ରସାଦ ମିଶ୍ର