ଦୀପାଳି ର ଦୀପ ଲିଭିବା ପରର
ନାଲି ମିଶା ସେଇ ଜ୍ୟୋତ୍ସ୍ନା
ହାତ ଧରି କୁହେ ନିରବତା କୋଳେ ଶରୀର କୁ ତୋଳି ଦିଅ
ପାଦ ଚିପି ଚିପି ଶୁନ୍ୟତା ତୁମେ ମନ କୁ ସାଉଁଟି ନିଅ ||
ବେଳାଭୂମି ତୀରେ ଓଦା ବାଲୁକା ରେ
ଲିଭୁ ଥିବା ପାଦ ଚିହ୍ନ
କଳା ମେଘ ପଛେ ଲୁଚି ଯାଉଥିବା
ଲାଜେଇ କୁଆଁରୀ ଜହ୍ନ
ଦେଉଳ ବେଢାରେ ପହଡ଼ ପରର
ପାଦର ବିକ୍ଷିପ୍ତ ଧୂଳି
ଆଉ କେତେବେଳେ ବିଗତ ପ୍ରିୟାର
ଅଛିଣ୍ଡା ଅଲୋଡ଼ା କଳି
ହାତ ଧରି କୁହେ ନିରବତା କୋଳେ ଶରୀର କୁ ତୋଳି ଦିଅ
ପାଦ ଚିପି ଚିପି ଶୁନ୍ୟତା ତୁମେ ମନ କୁ ସାଉଁଟି ନିଅ ||
--------------------
ଦେବୀ ପ୍ରସାଦ ମିଶ୍ର
--------------------
ଧୂଆଁଳିଆ ଘିଅ ବାସ୍ନା
ଗୋଧୂଳି ପରର ଧୂସରିଆ ଆଉନାଲି ମିଶା ସେଇ ଜ୍ୟୋତ୍ସ୍ନା
ହାତ ଧରି କୁହେ ନିରବତା କୋଳେ ଶରୀର କୁ ତୋଳି ଦିଅ
ପାଦ ଚିପି ଚିପି ଶୁନ୍ୟତା ତୁମେ ମନ କୁ ସାଉଁଟି ନିଅ ||
ବେଳାଭୂମି ତୀରେ ଓଦା ବାଲୁକା ରେ
ଲିଭୁ ଥିବା ପାଦ ଚିହ୍ନ
କଳା ମେଘ ପଛେ ଲୁଚି ଯାଉଥିବା
ଲାଜେଇ କୁଆଁରୀ ଜହ୍ନ
ଦେଉଳ ବେଢାରେ ପହଡ଼ ପରର
ପାଦର ବିକ୍ଷିପ୍ତ ଧୂଳି
ଆଉ କେତେବେଳେ ବିଗତ ପ୍ରିୟାର
ଅଛିଣ୍ଡା ଅଲୋଡ଼ା କଳି
ହାତ ଧରି କୁହେ ନିରବତା କୋଳେ ଶରୀର କୁ ତୋଳି ଦିଅ
ପାଦ ଚିପି ଚିପି ଶୁନ୍ୟତା ତୁମେ ମନ କୁ ସାଉଁଟି ନିଅ ||
--------------------
ଦେବୀ ପ୍ରସାଦ ମିଶ୍ର
--------------------
No comments:
Post a Comment