ଅନେକ ଦିନର ସ୍ମୃତି କାହିଁ ଆଜି ଭସା ମେଘ ପରି ଆସେ ,
ଶାନ୍ତ ନିଶାର ପ୍ରଶାନ୍ତ ଗଗାନେ କୁହୁଡି ପ୍ରାଏ ସେ ଭାସେ ....
ମୁଠାଏ ସ୍ମୃତି ଟିକେ ଅନୁଭୁତି ସାଉଁଟି ପାରୁନି ଆଜି
ଭାବିଥିଲି କାଳେ ଗଢି ତୋଳିବି ମୁଁ ସପନ ର ଘର ଖୋଜି ....
କାଳେ କେତେବେଳେ କାଳ ଥିବା ବେଳେ ପଚାରିବ ପରିଚୟ ,
ଶରୀର ଟା ସିନା ଦୁର ବତୀଘର ତୁମ ଚିନହା ଏ ହୃଦୟ ....
ସଜ କାକର ର ମୁକୁତା ପରି ମୁଁ ପଡିଥିବି ତୁମ ଅଂଗେ
ନିଃ-ସହାୟ ହେଲେ ଝଡି ଯିବି ହସି ମିଶି ଯିବି ମାଟି ସାଂଗେ....
ଜାଣେ ନା ମୁଁ ଆଜି କେତେ ଅନ୍ତରଂଗ ତୁମରି ମନ ମନ୍ଦିରେ ,
ଝଡା ଫୁଲ ପରି ମହକିବି ସଦା ବାସି ଚନ୍ଦନ ବାସରେ....
ଭୁଲା ମନ ତୁମ ମତେ ଭୁଲି ଗଲେ ହସି ହସି ଚାଲି ଯିବି ,
ସପନ ଟେ ପରି ସକାଳୁ ତୁମର ଜୀବନ ରେ ହଜି ଯିବି ....
କେବେ ଯଦି ପୁଣି ତୁମ ସ୍ମୃତି ଆସେ ମନ ମୋର ଚହଲିବ ,
କ୍ଷଣ ପ୍ରତି କ୍ଷଣ ଶାଉଁଟିବି ପୁଣି ତୁମେ ମୋ ପାଖରେ ଥିବ....
ଦେବୀ ପ୍ରସାଦ ମିଶ୍ର

4 comments:
My most fav poem......
ସାଙ୍ଗ very nice school ରେ ଗେଟ ଟଗେଦର ହେଉଛି ପ୍ଲିଜ଼ contact number ଦେ. ନହେଲେ ମୋ ମୋବାଇଲ ନମ୍ବର ରେ call karibu. 8825003908
ସାଙ୍ଗ ପ୍ଲିଜ଼ contact with me. 8825003908
Really Fantastic Poem... This meaning is really heart touching..... Brother, don't quit writing....
Post a Comment